ରିପୋର୍ଟ କାର୍ଡ / ପୁରୀ
ଜଗନ୍ନାଥ ଦର୍ଶନ ପାଇଁ ଯିବା ବାଟରେ ଜଳିଗଲା କାର | ଭାରସାମ୍ୟ ହରାଇ କାର୍ଟି ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେବାରୁ ସମ୍ପୂର୍ଣ୍ଣ ଜଳିଯାଇଛି | ଏକ ପରିବାରର ଜଣେ ଶିଶୁ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ । ଗୁରୁତରମାନଙ୍କ ପରିଚୟ ମିଳିପାରିନି। ସୂଚନା ଅନୁସାରେ-ଏକ ୱାଗନର କାର ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲା। ଗାଡ଼ିରେ ପତି, ପତ୍ନୀ ଓ ଛୋଟ ଛୁଆ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗୋବିନ୍ଦପୁର ଛକରେ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ଯାଇଥିଲା। ଫଳରେ ସର୍ଟ ସର୍କିଟ ହୋଇ ଗାଡ଼ିଟି ଜଳି ଯାଇଥିବା ବେଳେ ତା’ ଭିତରେ ଥିବା ୪ ଜଣ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ବହୁ କଷ୍ଟରେ ୪ ଗୁରୁତରଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା | କିନ୍ତୁ ସେତବେଳେକୁ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା |






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..