ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ବାଧୀନତାର ଅମୃତକାଳରେ ଆଜିଠାରୁ ଯୁବ ଉତ୍ସବ-ଇଣ୍ଡିଆ@୨୦୪୭ ଆରମ୍ଭ ହୋଇଛି । ଯୁବ ବ୍ୟାପାର, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ପଞ୍ଜାବର ରୋପାର ଆଇଆଇଟିରେ ଏହାକୁ ଉଦ୍ଘାଟନ କରିଛନ୍ତି । ଏଥିସହ ସେ ଯୁବ ଉତ୍ସବର ଡ୍ୟାସ୍ ବୋର୍ଡ୍କୁ ମଧ୍ୟ ଲୋକାର୍ପଣ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଚ ପ୍ରଣକୁ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ଠାକୁର ଗୁରୁତ୍ବାରୋପ କରିଛନ୍ତି। ଏହି ଯୁବ ଉତ୍ସବ ଏକା ସଙ୍ଗେ ଉତ୍ତର ପ୍ରଦେଶର ପ୍ରତାପଗଡ଼, ଉତ୍ତରାଖଣ୍ଡର ହରିଦ୍ୱାର, ମଧ୍ୟପ୍ରଦେଶର ହୋସାଙ୍ଗାବାଦ, ରାଜସ୍ଥାନର ହନୁମାନଗଡ଼, ଝାଡ଼ଖଣ୍ଡର ସାରାଇକେଲା, ପଞ୍ଜାବର କପୁରତାଲା, ମହାରାଷ୍ଟ୍ରର ଜଲଗାଓଁ, ଆନ୍ଧ୍ରପ୍ରଦେଶର ବିଜୱାଡ଼ା, ତେଲଙ୍ଗାନାର କରିମନଗର, କେରଳର ପଲାକଡ୍ ଏବଂ ତାମିଲନାଡୁର କୁଡ୍ଡାଲୋରଠାରେ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଯୁବ ଉତ୍ସବ ଚଳିତ ମାସ ୩୧ ତାରିଖ ସୁଦ୍ଧା ଦେଶର ୧୫୦ଟି ଜିଲ୍ଲାରେ ପାଳନ କରାଯିବ। ଯାହାକି ଦେଶର ଯୁବ ଶକ୍ତିକୁ ପ୍ରଦର୍ଶିତ କରୁଛି।






More Stories
‘ଯଦି ଇଥାନଲ ନଥାନ୍ତା,ପେଟ୍ରୋଲ ଲିଟର ୧୨୫…..
ଛାତ୍ରଛାତ୍ରୀଙ୍କୁ କ୍ଷମା ଦେଲେ ପ୍ରଧାନମନ୍ତ୍ରୀ……
ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ…..