ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ସିବିଆଇ କୋର୍ଟ। ଚଳିତ ମାର୍ଚ୍ଚ ୧୦ତାରିଖ ରେ ଏହି ମାମଲାର ଶୁଣାଣି ହେବ ବୋଲି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ କୁହାଯାଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଏମ.କେ ନାଗପାଲଙ୍କ କୋର୍ଟରେ ମନୀଷ ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଓକିଲ ଦୟନନକ୍ରିଷ୍ଣନ୍ ଏବଂ ସିଦ୍ଧାର୍ଥ ଅଗ୍ରୱାଲ ହାଜର ହୋଇଥିଲେ । ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଆଜି ଜାମିନ ଆବେଦନ ଉପରେ ରାୟ ନଶୁଣାଇ ଏହାକୁ ସଂରକ୍ଷିତ ରଖିଛନ୍ତି। ମାର୍ଚ୍ଚ ୧୦ରେ ସିସୋଦିଆଙ୍କ ଜାମିନ ଆବେଦ ଉପରେ କୋର୍ଟ ଶୁଣାଣି କରିବେ । ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ସିବିଆଇ ହେପାଜତରେ ଅଛନ୍ତି। ଜାତୀୟ ରାଜଧାନୀ ପାଇଁ ମଦ ନୀତି ପ୍ରସ୍ତୁତ କରିବାରେ ଦୁର୍ନୀତି କରିଥିବା ଅଭିଯୋଗର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଏହି ମାମଲାରେ ଜାମିନ ନିମନ୍ତେ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ, ଏଥିରେ ହସ୍ତକ୍ଷେପ କରିବାକୁ ମନାକରି ନିମ୍ନ ଅଦାଲତରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମ୍ କୋର୍ଟ। ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ଅବକାରୀ ନୀତି ବାତିଲ କରାଯାଇଥିଲା।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..