ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତୃତ୍ୱାଧୀନ ସରକାର ଅଧୀନରେ ଅନ୍ୟାୟର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବେ କପିଲ ଶିବଲ। ଏଥିପାଇଁ ସେ ଇନସାଫ ନାଁରେ ନୂଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି। ଅଣ ବିଜେପି ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ଓ ସାଧାରଣ ଲୋକଙ୍କୁ ସେ ଏହି ନୂଆ ଲଢ଼େଇରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟସଭା ସାଂସଦ କପିଲ ଶିବଲ ଲଞ୍ଚ କରିଥିବା ଇନସାଫ ଜରିଆରେ ଅନ୍ୟାୟ ବିରୋଧରେ ଲଢ଼େଇ କରୁଥିବା ଲୋକଙ୍କୁ ଆଇନଜୀବୀଙ୍କ ସହ ମିଶି ସହାୟତା କରିବେ। ସେ ନିଜର ନୂଆ ପ୍ଲାଟଫର୍ମ ସହ ଇନସାଫ କେ ସିପାହୀ ନାଁରେ ଗୋଟିଏ ୱେବସାଇଟ ମଧ୍ୟ ଆରମ୍ଭ କରିଛନ୍ତି। ମାର୍ଚ୍ଚ ୧୧ରେ ସେ ନିଜର ନୂଆ ଅଭିଯାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଦିଲ୍ଲୀର ଯନ୍ତରମନ୍ତରେ ସମାବେଶ କରିବେ। ଏହି ସମୟରେ ସେ ସୁନ୍ଦର ଭାରତ ଗଠନ ପାଇଁ କରିଥିବା ଯୋଜନା ସମ୍ପର୍କରେ ସମସ୍ତଙ୍କୁ କହିବେ ବୋଲି ସୂଚନା ଦେଇଛନ୍ତି।






More Stories
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..