Report Card Odisha

| Daily Odia News

୮ରେ ତ୍ରିପୁରାର ଶପଥ ନେବେ ନୂଆ ସରକାର,ଯୋଗ ଦେବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା  ୮ତାରିଖରେ ତ୍ରିପୁରାର ନୂତନ ସରକାର  ଶପଥ ଗ୍ରହଣ  କରିବେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ | ତ୍ରିପୁରାର ବିବେକାନନ୍ଦ ମଇଦାନରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଏସ.କେ ସିହ୍ନା ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରୁଛନ୍ତି।  ଉଲ୍ଲେଖ ଥାଉ କି ତ୍ରିପୁରା ବିଧାନସଭା ନିର୍ବାଚନରେ ​​ବିଜେପି ମୋଟ ୬୦ଟି ଆସନ ମଧ୍ୟରୁ ୩୨ଟି ଆସନ ଜିତିଥିବାବେଳେ ଏହାର ସହଯୋଗୀ ଆଇପିଏଫଟି ଗୋଟିଏ ଆସନ ଜିତିଛି। ଅନ୍ୟପକ୍ଷରେ ବାମ ଦଳ ୧୧ଟି ଆସନ ଏବଂ କଂଗ୍ରେସ ତିନିଟି ଆସନ, ଟିପ୍ରା ମୋଥା ଦଳ ୧୩ଟି ସିଟ୍ ଜିତିଥିଲେ | ସୂତ୍ରରୁ ପ୍ରକାଶ ଯେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବେ। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ। ଏହି ବୈଠକରେ ତ୍ରିପୁରା ସମେତ ନାଗାଲାଣ୍ଡ ଏବଂ ମେଘାଳୟର ଶପଥ ଗ୍ରହଣ ସମାରୋହ ବାବଦରେ ଆଲୋଚନା କରାଯିବ | ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଶୁକ୍ରବାର ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିଲେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଘୋଷଣା କରାଯାଇନାହିଁ |

Breaking News