ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ମୁକାବିଲା ପାଇଁ କୋଭିଡ୍-୧୯ ଭ୍ୟାକ୍ସିନ ସ୍ପୁଟନିକ୍- ଭି ପ୍ରସ୍ତୁତ କରିଥିବା ରୁଷୀୟ ବୈଜ୍ଞାନିକ ଆନ୍ଦ୍ରେ ବୋଟିକଭଙ୍କ ମୃତ୍ୟୁ ଘଟିଛି। ମସ୍କୋ ସ୍ଥିତ ବାସଭବନରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି। ବେଲ୍ଟ ଜରିଆରେ ବେକକୁ ଚିପି ତାଙ୍କର ହତ୍ୟା କରାଯାଇଥିବା ରୁଷୀୟ ଗଣମାଧ୍ୟମ ରେ ପ୍ରକାଶ ପାଇଛି ।୪୭ ବର୍ଷୀୟ ବୋଟିକଭ ଗାମେଲିଲିୟା ଜାତୀୟ ଗବେଷଣା କେନ୍ଦ୍ରରେ ଇକୋଲୋଜି ଏବଂ ମ୍ୟାଥେମେଟିକ୍ସର ଜଣେ ବରିଷ୍ଠ ଗବେଷକ ଭାବେ କାମ କରୁଥିଲେ। ବୈଜ୍ଞାନିକଙ୍କ ମୃତଦେହ ମିଳିବାର ଚାରି ଘଣ୍ଟା ପରେ ପୋଲିସ୍ ସନ୍ଦିଗ୍ଧକୁ ଗିରଫ କରିଥିବା ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି ନିଜ ପ୍ରତିକ୍ରିୟାରେ କହିଛନ୍ତି। ତଦନ୍ତକାରୀ ଅଫିସରଙ୍କ ସୂଚନା ଅନୁଯାୟୀ, ୨୯ ବର୍ଷୀୟ ସନ୍ଦିଗ୍ଧ ବୋଟିକଭଙ୍କ ସହ ଯୁକ୍ତିତର୍କ ପରେ ବେଲ୍ଟ ଜରିଆରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। କାନୁନ ପ୍ରବର୍ତ୍ତନ ଏଜେନ୍ସି କହିଛି, ଏକ ଘରୋଇ କଳହ ଏବଂ ବିବାଦ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି। ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଥିବା ଦିଗକୁ ନେଇ ତଦନ୍ତ ଜାରି ରହିଛି। ପଚରା ଉଚୁରା ସମୟରେ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଛି। ଅଭିଯୁକ୍ତର ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି। ୨୦୨୧ରେ କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତିରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାଇରୋଲୋଜିଷ୍ଟ ବୋଟିକଭଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସମ୍ମାନିତ କରିଛନ୍ତି। ୨୦୨୦ରେ ସ୍ପୁଟନିକ୍ ଭି ଭ୍ୟାକ୍ସିନ ଉପରେ କାମ କରିଥିବା ୧୮ ବୈଜ୍ଞାନିକଙ୍କ ମଧ୍ୟରେ ବୋଟିକଭ ସାମିଲ୍ ଥିଲେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..