Report Card Odisha

| Daily Odia News

ଆଜି ବିଜୁ ଜୟନ୍ତୀ, ତିନି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଆଜି ହେଉଛି ବିଜୁ ଜନ୍ମ ଜୟନ୍ତୀ,ପଞ୍ଚାୟତିରାଜ ଦିବସ । ଓଡ଼ିଶା ପାଇଁ ସଙ୍କଳ୍ପ ନେବ ବିଜେଡି । ଦଳର ନିଷ୍ପତ୍ତି ଅନୁସାରେ ସବୁ ନିର୍ବାଚନମଣ୍ଡଳୀରେ ହେବ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହେବ । ନୂଆ ସଶକ୍ତ ଓଡ଼ିଶା ଗଠନ ଆହୁରି ବ୍ୟାପକ ହେବ । ଆଜି ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ ଉନ୍ମୋଚନ ହେବ । ସେହିଭଳି ପଞ୍ଚାୟତିରାଜ ଦିବସ ଅବସରରେ ବରଗଡ଼, କଳାହାଣ୍ଡି, ନୂଆପଡ଼ା ତିନି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୯ଟା ୪୫ ମିନିଟ୍‌ରେ ବରଗଡ଼ ସୋହେଲା ସ୍ଥିତ ହଲଦିପାଲିରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଏକ ସାଧାରଣ ସଭାରେ ଯୋଗଦେବା ସହ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ପପ୍ରେସ ଓ୍ବେର ଲୋକାର୍ପଣ କରିବେ ନବୀନ । ସୋହେଲା ହଳିପାଲିରୁ ଆରମ୍ଭ ହୋଇଥିବା ଏହି ରାସ୍ତା କଳାହାଣ୍ଡି ଜିଲ୍ଲା ଆମ୍ବପାଣି ପର୍ଯ୍ୟନ୍ତ ୩୭୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ବିଜୁ ଏକ୍ସପ୍ରେସ ଓ୍ବେ । ଏହାପରେ ବରଗଡ଼ରେ ନୂତନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର, ନବ ନିର୍ମିତ ସେତୁ, ଆଦର୍ଶ ବିଦ୍ୟାଳୟ ଗୃହ, ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭଳି ୨୩୪ଟି ପକଳ୍ପର ଶୁଭ ଉଦ୍ଗାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସେଠାରୁ ଏକ ସ୍ବତନ୍ତ୍ର ବସରେ ବାହାରି ଘେଁସ ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ ନବୀନ । ସ୍ବାଧୀନତା ପୀଠରେ ପହଞ୍ଚି ସହିଦ ସ୍ବାଧୀନତା ସଂଗ୍ରାମୀ କୁଞ୍ଜେଲ ସିଂହଙ୍କ ନାଁମରେ ନିର୍ମାଣ ହୋଇଥିବା ପାର୍କକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ୧୨ଟା ୪୦ରେ ନୂଆପଡ଼ା କୋମନା ବ୍ଲକ ସିଲେଟପାଣିରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ସଭାରେ ଯୋଗ ଦେବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ସେଠାରୁ କଳାହାଣ୍ଡିର ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ବିଜୁ ଏକ୍ସପ୍ରେସ ଓ୍ବେରେ ଧର୍ମଗଡ଼ ଦେଇ କୋକସରା ବ୍ଲକ ଆମପାଣି ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ନବୀନ । ଏହି ଅବସରରେ ଧର୍ମଗଡ଼ ଠାରେ ୭କୋଟି ୮୪ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ, ୩କୋଟି ଟଙ୍କା ବ୍ୟୟରେ ନିର୍ମିତ ଧର୍ମଗଡ଼ ବସଷ୍ଟାଣ୍ଡକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ।

Breaking News