Report Card Odisha

| Daily Odia News

୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟ ସରକାର ୫ ହଜାର ୮୨୭.୨୭ କୋଟିର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି । ଏଥିରେ ୨୫ ହଜାର ୨୯୨ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଶନିବାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ମିଳିଛି । ରାଜ୍ୟ ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୫ ତମ ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୫ ହଜାର ୮୨୭.୨୭ କୋଟିର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିସହ ୩ ଟି ବୃହତ ପ୍ରକଳ୍ପରେ ନିବେଶକୁ ସୁପାରିଶ କରାଯାଇଛି । ଏଥିରେ ୨୮ ହଜାର କୋଟି ଟଙ୍କାର ନିବେଶ କରାଯିବ । ଏଥିରୁ ପ୍ରାୟ ୧୯ ,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ ରେ ଆସିଥିବା ନିବେଶ ପ୍ରସ୍ତାବ ମଧ୍ୟରୁ ୧୬ ଟି ପ୍ରକଳ୍ପ ଆଜିର ବୈଠକରେ ଅନୁମୋଦନ ପାଇଁ ରଖାଯାଇଥିଲା । ରାଜ୍ୟ ସରକାର ନିବେଶକମାନଙ୍କୁ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଭିତ୍ତିଭୂମି, ଖାଦ୍ୟ ପ୍ରକ୍ରିୟାକରଣ ପର୍ଯ୍ୟଟନ, ଆଇଟି, ଫାର୍ମାସ୍ୟୁଟିକାଲ, ପ୍ଲାଷ୍ଟିକ, ରାସାୟନିକ ଏବଂ ପେଟ୍ରୋକେମିକାଲ୍, ଇସ୍ପାତ, ବୟନ, ବସ୍ତ୍ର କ୍ଷେତ୍ରରେ ନିବେଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଆସିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିହଂପୁର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ଭଦ୍ରକ ଜିଲ୍ଲାରେ ସ୍ଥାପନ ହେବାକୁ ଯାଉଛି । ପ୍ଲାଷ୍ଟିକ୍ କ୍ଷେତ୍ରରେ ୩ ଟି ପ୍ରକଳ୍ପ ଅନୁମୋଦନ କରାଯାଇଛି । ଏଥିରେ ପ୍ରାୟ ୩୯୨ କୋଟି ୧୦ ଲକ୍ଷ ଟଙ୍କା ନିବେଶ ହେବ । ଏଥିରୁ ୬୬୪ ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଇସ୍ପାତ କ୍ଷେତ୍ରରେ ୮ ଟି ପ୍ରକଳ୍ପକୁ ନୁଅମୋଦନ କରାଯାଇଛି । ଯାହା ରାଜ୍ୟର ୩୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୩ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏଥିରେ ୧୬୪ .୯୯ କୋଟିର ପୁଞ୍ଜି ବିନିଯୋଗ ହେବ । ଏଥିରୁ ୪୯୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

 

Breaking News