ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଚାରବିଭାଗୀୟ ହାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆ ଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ସିସୋଦିଆ ତିହାର ଜେଲରେ ରହିବେ। ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଫେବ୍ରୁଆରି ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ । ଏହା ସହ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଏବେ ପୋଲିସ ହେପାଜତ ଚାହୁଁ ନାହୁଁ। କିନ୍ତୁ ଭବିଷ୍ୟତରେ ଆମେ ଏନେଇ ଦାବି କରିପାରୁ। କାରଣ ଅଭିଯୁକ୍ତଙ୍କ ଆଚରଣ ଠିକ୍ ନାହିଁ। ସାକ୍ଷୀମାନଙ୍କୁ ଭୟଭୀତ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ରାଜନୈତିକ ରଙ୍ଗ ଦେଉଛନ୍ତି ସିସୋଦିଆ। କୋର୍ଟ ୱାରେଣ୍ଟ ଜାରି କରିବା ପରେ ହିଁ ଆମେ ଚଢ଼ଉ କରିଥିଲୁ। ଏହି ମାମଲାରେ ଯାହା ବି ପଦକ୍ଷେପ ନିଆଯାଇଛି ତାହା କୋର୍ଟଙ୍କୁ ଜଣା ଅଛି। ଚିନ୍ତାର ବିଷୟ ହେଉଛି ଯେ ଏସବୁ ପରେ ବି କାହିଁକି ସିବିଆଇ ବେଆଇନ କାର୍ଯ୍ୟ କରୁଛି ବୋଲି ଦର୍ଶାଯାଉଛି। ସିବିଆଇର ପକ୍ଷ ଶୁଣିବା ପରେ କୋର୍ଟ ସିବିଆଇର ଏହି ଦାବିକୁ ମାନି ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।






More Stories
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..
ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ…..