ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଯେକୌଣସି ସମୟରେ ଗିରଫ ହୋଇପାରନ୍ତି। ତାଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ପୋଲିସ ବାହିନୀ ଇମ୍ରାନଙ୍କ ଲାହୋର ଜମାନ ପାର୍କ ସ୍ଥିତ ବାସଭବନରେ ପହଞ୍ଚିଥିଲା। ଇମ୍ରାନ୍ ଗିରଫ ହେବାପାଇଁ ପ୍ରସ୍ତୁତ ହୋଇ ଘରୁ ବାହାରକୁ ଆସିବେ ବୋଲି ସୂଚନାଥିଲା। କିନ୍ତୁ ସେ ଘର ବାହାରକୁ ଆସିବା ବଦଳରେ କେଉଁଆଡେ ଫେରାର ହୋଇଯାଇଥିଲେ। ଘର ବାହାରେ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରିବା ପରେ ଇମ୍ରାନ ଯେମିତ ହେଲେ ବି ମାର୍ଚ୍ଚ ୭ରେ ହାଜର ହେବେ ବୋଲି ପୋଲିସ କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟିମ ପକ୍ଷରୁ କୁହାଯାଇଥିଲା। ଏହାପରେ ପୋଲିସ ଦଳ ଇମ୍ରାନଙ୍କ ଘରୁ ଫେରି ଆସିଥିଲା। ପାକିସ୍ତାନ ତହରିକ-ଏ-ଇନସାଫ ମୁଖ୍ୟ ଦାବି କରିଛନ୍ତି କି, ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ତାଙ୍କୁ ଯେତେକି ସୁରକ୍ଷା ବ୍ୟବସ୍ଥା ଦେବା କଥା ସେତିକି ଦିଆଯାଇନାହିଁ। ଏହି କ୍ରମରେ ତୋସାଖାନା ମାମଲାକୁ ନେଇ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନାରୁ ବଞ୍ଚିବା ପରେ ଇମ୍ରାନ ଖାନ ମୁଖ୍ୟ ବିଚାରପତି ଉମର ଉତା ବନ୍ଦିୟାଲଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଅଦାଲତରେ ହାଜର ହେବା ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରଖିବାକୁ ଅନୁରୋଧ କରିଛନ୍ତି। ଇମ୍ରାନ କହିଛନ୍ତି, ‘ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ଗୃହମନ୍ତ୍ରୀ ମୋ ବିରୋରେ ବିଫଳ ହୋଇଥିବା ଏକ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିଲେ। ପୁଣିଥରେ ମୋତେ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..