Report Card Odisha

| Daily Odia News

୨ ପୋଲିସ ଙ୍କୁ ଗୁଳି ମାରି ହତ୍ୟା କଲେ ସହକର୍ମୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଲାସିବ ଜିଲ୍ଲାରେ ଜଣେ ସହକର୍ମୀଙ୍କ ଗୁଳିରେ ମିଜୋରାମ ସଶସ୍ତ୍ର ପୋଲିସର ୨ଜଣ କର୍ମଚାରୀ ନିହତ ହୋଇଛନ୍ତି | ଏନେଇ ଜଣେ ପଦସ୍ଥ ପୋଲିସ ଅଧିକାରୀ କହିଛନ୍ତି। ରବିବାର ସନ୍ଧ୍ୟା ବେଳେ ମିଜୋରାମ-ଆସାମ ସୀମାନ୍ତ ନିକଟ ବୁଆର୍‌ଚେପ୍‌ ଗାଁରେ ଥିବା ସବ୍‌-ଆଉଟ୍‌ପୋଷ୍ଟ୍‌ରେ ଦ୍ବିତୀୟ ବାଟାଲିୟନ୍‌ର ୩ଜଣ ପୁଲିସ କର୍ମଚାରୀ ଥିବା ବେଳେ ଘଟଣାଟି ଘଟିଥିବା କଥା ସେ କହିଛନ୍ତି। ମିଜୋରାମ୍‌ ପୋଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ଆଚାର ବ୍ୟବହାର କଥାରେ ଅଭିଯୋଗ କରିଥିବା ୨ଜଣ ପୋଲିସ କର୍ମଚାରୀଙ୍କ ଉପରୁ ରାଗିଯାଇ ଅଭିଯୁକ୍ତ ହାବିଲଦାର ବିମଳକାନ୍ତି ଚକ୍‌ମା ନିଜ ସର୍ଭିସ୍‌ ରାଇଫଲ୍‌ରୁ ଅନ୍ୟୂନ ୧୫ ରାଉଣ୍ଡ୍‌ ଗୁଳି ଚଳାଇଛନ୍ତି। ମୃତ ପୋଲିସ କର୍ମଚାରୀମାନେ ହାବିଲ୍‌ଦାର ଜେ. ଲାଲ୍‌ରୋହଲୁଆ ଏବଂ ହାବିଲ୍‌ଦାର ଇନ୍ଦ୍ର କୁମାର ରାୟ। ଏକାଧିକ ଗୁଳି-ଫୁଟା ଶବ୍ଦ ଶୁଣି ବର୍ଡର୍‌ ଆଉଟପୋଷ୍ଟ୍‌ କମାଣ୍ଡର୍‌ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଲ୍‌ରୋହଲୁଆଙ୍କୁ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ବେଳେ ତାଙ୍କ ପାଖରୁ ପ୍ରାୟ ୪୦ ଫୁଟ୍‌ ଦୂରରେ ରାୟଙ୍କୁ ସାଙ୍ଘାତିକ ଆହତ ଅବସ୍ଥାରେ ଦେଖିଥିଲେ ବୋଲି ଖିୟାଙ୍ଗ୍‌ତେ କହିଛନ୍ତି। ଘଟଣାସ୍ଥଳରେ ଲାଲ୍‌ରୋହଲୁଆଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ରାୟଙ୍କର ମୁତ୍ୟୁ ଘଟିଥିଲା। ଚକ୍‌ମାଙ୍କୁ ଗିରଫ କରାଯାଇ ଗୁଳି ସହିତ ତାଙ୍କ ନିକଟରୁ ଗୋଟାଏ ବନ୍ଧୁକ ଜବତ କରାଯାଇଛି ବୋଲି ସେ କହିଛନ୍ତି।

Breaking News