Report Card Odisha

| Daily Odia News

ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଅଧ୍ୟାପନାର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପାରନ୍ତି। ଭିନ୍ନ ଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବାଣିଜ୍ୟ ଲୋକମାନଙ୍କଠାରୁ ରାଜପୂଜା ମିଳିବ।
ବୃଷ : ପ୍ରତ୍ୟେକ କାର୍ଯ୍ୟରେ ନୀତି ନିୟମ ପ୍ରତି ଧ୍ୟାନ ଦେବେ। ବହୁ ଶାସ୍ତ୍ର ଅଧ୍ୟୟନ କରି ଜ୍ଞାନ-ଗରିମା ସମ୍ପନ୍ନ ହୋଇପାରନ୍ତି। କ୍ଷମାଶୀଳ ହୋଇପାରନ୍ତି। ସନ୍‌ମାର୍ଗୀ ଓ ଦୟାଳୁ ସ୍ବଭାବସମ୍ପନ୍ନ ହେବେ। ଅର୍ଥର ପ୍ରାବଲ୍ୟ ଅଛି।
ମିଥୁନ : ପ୍ରବଳ ପ୍ରତାପୀ ହୋଇପାରନ୍ତି। ଧାର୍ମିକ ମନୋବୃତ୍ତି ସମ୍ପନ୍ନ ହେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ସରକାରୀ ସ୍ତରରୁ ସମ୍ମାନ ପ୍ରାପ୍ତି ଆଶା କରାଯାଏ। ମାନସିକ ଅଶାନ୍ତି ଦୂର ହେବ।
କର୍କଟ : ସରକାରୀ ପରାମର୍ଶଦାତା ହୋଇପାରନ୍ତି। ସୁକୃତ୍ୟ ସମ୍ପନ୍ନ ହେବେ। ସକଳ ଶାସ୍ତ୍ର ପାରଦର୍ଶୀ ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। ଦେବଦ୍ବିଜ ପରାୟଣ ହେବେ । ଶୁଚି ହେବେ। ନିଜ ବଳାର୍ଜିତ ସମ୍ପତ୍ତି ଭୋଗ କରିପାରନ୍ତି।
ସିଂହ : ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଉପାର୍ଜନକାରୀ ହେବେ। ଶକ୍ତିମାନ ସୁଦୃଶ୍ୟ ଶରୀରସମ୍ପନ୍ନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ମାନର ହେବ।
କନ୍ୟା : ଶତ୍ରୁ ବିନାଶ କରି ଧନପ୍ରାପ୍ତିର ସୂଚନା ମିଳୁଛି। ବାହୁରେ ସାମାନ୍ୟ ପୀଡ଼ା ଉପୁଜିପାରେ। ଦେବ ବ୍ରାହ୍ମଣଙ୍କ ଭକ୍ତ ହୋଇପାରନ୍ତି। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ଜନସ୍ବାର୍ଥରେ ଧନ ବ୍ୟୟ କରିବେ।
ତୁଳା : ଜ୍ଞାନପିପାସୁ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜଦରବାରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ।
ବିଛା : ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥପ୍ରାପ୍ତ ହେବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନର ଅଧିକାରୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ଆୟୁଷ୍ମାନ ହେବେ।
ଧନୁ : ମିଳିଥିବା କ୍ଷମତାର ବିକେନ୍ଦ୍ରୀକରଣ କରି ନିଜର ମହାନତା ପ୍ରକାଶ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମକର :କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
କୁମ୍ଭ : ଆଜି ଦିନ ଭିତରେ ଯାହା କରିବେ; ତାହା ଫଳଦାୟକ ହେବ। ସେବା କାର୍ଯ୍ୟ ପାଇଁ ମିଳିତ ପ୍ରୟାସ ଜାରି ରଖିପାରନ୍ତି। କାର୍ଯ୍ୟ ଯେତେ ଦୁରୂହ ହେଲେ ବି ତା’ର ନ୍ୟାୟିକ ସମାଧାନ କରି ପ୍ରଶଂସାର ପାତ୍ର ହେବେ।
ମୀନ : ବନ୍ଧୁ ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଭ୍ରାତୃଭାବ ଅତୁଟ ରହିବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।

Breaking News