Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ବନ ଅଧିକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଗତକାଲି ପଦୋନ୍ନତି ପାଇଥିଲେ ବନ ଅଧିକାରୀ । ଆଜି ଭିଜିଲାନ୍ସ ହାତରେ ଧାରାପଡିଛନ୍ତି | କୋରାପୁଟରେ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ କୁମାର ସାହୁ। ସେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ସମୟରେ ତାଙ୍କୁ ବାଟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ ଟିମ୍ ସୁରଜିତଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତାଙ୍କଠାରୁ ୧ଲକ୍ଷ ୫ ହଜାର ଟଙ୍କା ଜବତ କରାଯାଇଛି। ସୁରଜିତ କୁମାର ସାହୁ ନିଜର ଅଫିସ ବୋଲେରୋ ରେ ଭୁବନେଶ୍ବର ଯାଉଥିବା ସମୟରେ କୋରାପୁଟରେ ଧରିଥିଲା ଭିଜିଲାନ୍ସ । ସେହି ଟଙ୍କା ସୁରଜିତ ଅନୈତିକ ଉପାୟରେ ଅର୍ଜନ କରିଥିବା ସନ୍ଦେହ କରାଯାଉଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୁରଜିତ କୁମାର ସାହୁ ନିଜର ସହକର୍ମୀଙ୍କୁ ଭୁବନେଶ୍ବର ଯାଉଥିବା କହିଥିଲେ।

Breaking News