ରିପୋର୍ଟ କାର୍ଡ / ଭୁବନେଶ୍ବର
ଗତକାଲି ପଦୋନ୍ନତି ପାଇଥିଲେ ବନ ଅଧିକାରୀ । ଆଜି ଭିଜିଲାନ୍ସ ହାତରେ ଧାରାପଡିଛନ୍ତି | କୋରାପୁଟରେ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ କୁମାର ସାହୁ। ସେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ସମୟରେ ତାଙ୍କୁ ବାଟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ ଟିମ୍ ସୁରଜିତଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତାଙ୍କଠାରୁ ୧ଲକ୍ଷ ୫ ହଜାର ଟଙ୍କା ଜବତ କରାଯାଇଛି। ସୁରଜିତ କୁମାର ସାହୁ ନିଜର ଅଫିସ ବୋଲେରୋ ରେ ଭୁବନେଶ୍ବର ଯାଉଥିବା ସମୟରେ କୋରାପୁଟରେ ଧରିଥିଲା ଭିଜିଲାନ୍ସ । ସେହି ଟଙ୍କା ସୁରଜିତ ଅନୈତିକ ଉପାୟରେ ଅର୍ଜନ କରିଥିବା ସନ୍ଦେହ କରାଯାଉଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୁରଜିତ କୁମାର ସାହୁ ନିଜର ସହକର୍ମୀଙ୍କୁ ଭୁବନେଶ୍ବର ଯାଉଥିବା କହିଥିଲେ।






More Stories
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..