ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ନାଗାଲାଣ୍ଡ ଏବଂ ମେଘାଳୟରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏନଡିପିପିର ନେଫୟୁ ରିଓ ଏବଂ ଏନପିପିର କନରାଡ ସାଙ୍ଗମା ଯଥାକ୍ରମେ ନାଗାଲାଣ୍ଡ ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତର-ପୂର୍ବର ତିନିଟି ରାଜ୍ୟ ଗସ୍ତରେ ନାଗାଲାଣ୍ଡର ରାଜଧାନୀ କୋହିମାରେ ପହଞ୍ଚିବେ। ସେ ଏଠାରେ ନବ ଗଠିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଗୋହାଟୀରେ ରହିବେ। ଏହି ସମୟରେ ସେଠାରେ ବିଜେପି ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ବୁଧବାର ସକାଳେ ତ୍ରିପୁରାର ରାଜଧାନୀ ଅଗରତାଲା ଗସ୍ତରେ ଯାଇ ବିଜେପି ମିଳିତ ମଞ୍ଚର ଶପଥ ଗ୍ରହଣ ସମାରୋହରେ ଯୋଗଦେବା ନେଇ ସୂଚନା ମିଳିଛି |






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..