ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯାତ୍ରାରେ ଆଉ ପ୍ରଦର୍ଶନ ହେବନି ଅଶ୍ଳୀଳ ନୃତ୍ୟ । ସରକାର ଏ ନେଇ କଟକଣା ଜାରି କରିଛନ୍ତି । ତେବେ କେବଳ ଯାତ୍ରା ନୁହେଁ ମେଲୋଡି ମଞ୍ଚରେ ମଧ୍ୟ ଅଶ୍ଳୀଳ ପ୍ରଦର୍ଶନ ଉପରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଅଶ୍ଳୀଳ, ଦ୍ବିଅର୍ଥବୋଧକ ସଂଳାପ ଓ ନୃତ୍ୟ ପ୍ରଦର୍ଶନ ଉପରେ ଏହି କଟକଣା ଜାରି କରାଯାଇଛି । ଯାତ୍ରା ଓ ମେଲୋଡି ମଞ୍ଚରେ ତୁରନ୍ତ ଅଶ୍ଳୀଳତା ବନ୍ଦ କରିବା ଲାଗି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅଶ୍ଳୀଳତା ପ୍ରଦର୍ଶନ ହେଲେ ତୁରନ୍ତ ଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକମାନଙ୍କୁ ଚିଠି ଲେଖି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମ ଜାରି କରାଯାଇଥିବା ସୂଚନା ମିଳିଛି|






More Stories
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି……
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..