ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୋଲି ଉତ୍ସବରେ ନିଶା ଖାଉଥିଲେ ସାବଧାନ | ଭୁବନେଶ୍ୱରରେ ନଜର ରଖିବ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦। ହୋଲି ପାଳନ ବେଳେ ୩୧ଟି ସ୍ଥାନରେ ପିକେଟିଂ କରିବ କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୧୭ଟି ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। ହୋଲି ପାଇଁ ନଦୀ ପଠା ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡାଇବା ପାଇଁ ସବୁ ନଦୀ ପଠାରେ ପୋଲିସ ଫୋର୍ସ ମୁତୟନ ହେବେ। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମଧ୍ଯ ମୁତୟନ ହେବେ । ଏଥି ସହିତ ୪ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେବେ। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ। ୪ ଜଣ ଏଡିସିପି ସୁପରଭାଇଜ୍ କରିବେ। ସକାଳ ୭ରୁ ୩ଟା ପର୍ଯ୍ୟନ୍ତ ହୋଲି ଖେଳ ହେବ । ରଙ୍ଗର ପର୍ବ ହୋଲିକୁ ଶାନ୍ତି ଶୃଙ୍ଖଳାର ସହ ପାଳିବାକୁ କମିଶନରେଟ୍ ପୋଲିସର ନିବେଦନ। ପରିବାର ସହ ହରବାଲ୍ ହୋଲି ଖେଳିବାକୁ ପୋଲିସ ପରାମର୍ଶ ଦେଇଛି।






More Stories
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..