ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର କ୍ରାଇମ୍ ବ୍ରାଞ୍ଚ ଯାଞ୍ଚ କରୁଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି | ବିସ୍ଫୋରକ ତଥ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। କହିଛନ୍ତି କି ଝିଆରୀଙ୍କ ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ | ସେତେବେଳେ ଅଘଟଣ ଘଟି ନ ଥାଇପାରେ ବୋଲି କିଏ କହିବ | ଏ ନେଇ ଗୋପାଳ ପରିବାର ଲୋକେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି | ତେଣୁ ତାଙ୍କ ଝିଆରୀଙ୍କୁ ପଚରାଉଚରା କଲେ ସ୍ପଷ୍ଟ ଜଣାପଡ଼ିବ। ନବବାବୁଙ୍କ ସମ୍ପର୍କରେ ବହୁତ କଥା ସାଧାରଣରେ ଚର୍ଚ୍ଚା ହେଉଛି। ତାଙ୍କ ଦେହାନ୍ତ ପରେ ନିର୍ଦ୍ଦିଷ୍ଟ ଭାବେ ସେ ସମ୍ପର୍କରେ କିଛି କହିବା ଠିକ୍ ହେବନି। କିନ୍ତୁ ମୋର ଘୋର ସନ୍ଦେହ ହେଉଛି, କିଛି ଗୋଟିଏ ଅଘଟଣ ଘଟିଛି।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..