ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ପରଲୋକ ହୋଇଛି । ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ସ୍ଥାପନରେ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ଜେନାଙ୍କର ପ୍ରମୁଖ ଭୂମିକା ଥିଲା। ସେ ପ୍ରଥମ ଓଡ଼ିଆ ଭାବେ ଭାରତ ସରକାରଙ୍କ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଥିଲେ। ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ସାଇନସ ପାର୍କ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମ ପ୍ରତିଷ୍ଠାରେ ଶ୍ରୀ ଜେନାଙ୍କର ଅଗ୍ରଣୀ ଭୂମିକାଥିଲା |






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..