ରିପୋର୍ଟ କାର୍ଡ / ପୁରୀ
୧୨ ଘଣ୍ଟା ହେଲା ଜଳୁଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ | ପୁରୀ ଟାଉନ୍ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବୁଧବାର ରାତିରୁ ଜଳୁଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ। ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ବରଂ ନିଆଁ ପ୍ରଥମ ମହଲାରୁ ଦ୍ୱିତୀୟ ମହଲାରେ ଥିବା ବ୍ୟାଙ୍କ ସହ ଅନ୍ୟାନ୍ୟ ଦୋକାନକୁ ନିଆଁ ବ୍ୟାପିବାର ଲାଗିଛି। ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଓ ଓ ଓଡ୍ରାଫ ଟିମ୍ ନାକେଦମ୍ ହେଲେଣି। ରାସ୍ତା ସଂକୀର୍ଣ୍ଣ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ଅସୁବିଧା ସୃଷ୍ଟି ହେଉଛି। ନିଆଁ ଲାଗିଥିବା ଦୋକାନର ସଟର ବନ୍ଦ ଥିବାରୁ ଲିଭାଇବାରେ ସମସ୍ୟା ହେଉଥିବା ଜଣାପଡ଼ିଛି। ରାତି ତମାମ ଅଗ୍ନିଶମ ବାହିନୀ କାର୍ଯ୍ୟରେ ଲାଗି ରହିଛନ୍ତି। ନିଆଁ ଲିଭାଇ ବେଳେ ୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।






More Stories
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି……
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..