Report Card Odisha

| Daily Odia News

ଆଜି ରାଷ୍ଟ୍ରପତି ବାଛୁଛି ନେପାଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନେପାଳରେ ଆଜି ରାଷ୍ଟ୍ରପତି ପାଇଁ ନିର୍ବାଚନ ହେଉଛି। ପୂର୍ବାହ୍ନ ୧୦ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟା ଶେଷ ହେବ | ରାତି ୭ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ | ଏନେଇ ନିର୍ବାଚନ ଅଧିକାରୀ ମହେଶ ଶର୍ମା ପାଉଡେଲ କହିଛନ୍ତି। ନେପାଳି କଂଗ୍ରେସର ବରିଷ୍ଠ ନେତା ରାମ ଚନ୍ଦ୍ର ପଉଡେଲ ଓ ସିପିଏନ ର ଉପସଭାପତି ସୁବାସ ଚନ୍ଦ୍ର ନେମବାଙ୍ଗ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଦୁଇଟି ପୃଥକ ପୋଲିଂ ଷ୍ଟେସନ କରାଯାଇଛି। ଫେଡେରାଲ ପାର୍ଲିଆମେଣ୍ଟେରିଆନସ ଓ ପ୍ରଭିନ୍ସ ଏସେମ୍ବ୍ଲି ମେମ୍ବର୍ସ ନିଜ ମତାଧିକାର ସାବ୍ୟସ୍ତ କରିବେ।ସେଠାକାର ଇଲେକ୍ଟୋରାଲ କଲେଜରେ ୮୮୪ ସଦସ୍ୟ ଅଛନ୍ତି। ହାଉସ ଅଫ ରିପପ୍ରଜେଣ୍ଟେଟିଭର ୨୭୫ ସଦସ୍ୟ, ନେସନାଲ ଏସେ‌ମ୍ବ୍ଲିର ୫୯ ଓ ସାତ ପ୍ରଭିନସିଆଲ ଏସେମ୍ବ୍ଲିର ୫୫୦ ଜଣ ସଦସ୍ୟ ‌ଭୋଟ ଦେବେ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Breaking News