ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ଆଜି ରାଷ୍ଟ୍ରପତି ପାଇଁ ନିର୍ବାଚନ ହେଉଛି। ପୂର୍ବାହ୍ନ ୧୦ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟା ଶେଷ ହେବ | ରାତି ୭ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ | ଏନେଇ ନିର୍ବାଚନ ଅଧିକାରୀ ମହେଶ ଶର୍ମା ପାଉଡେଲ କହିଛନ୍ତି। ନେପାଳି କଂଗ୍ରେସର ବରିଷ୍ଠ ନେତା ରାମ ଚନ୍ଦ୍ର ପଉଡେଲ ଓ ସିପିଏନ ର ଉପସଭାପତି ସୁବାସ ଚନ୍ଦ୍ର ନେମବାଙ୍ଗ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଦୁଇଟି ପୃଥକ ପୋଲିଂ ଷ୍ଟେସନ କରାଯାଇଛି। ଫେଡେରାଲ ପାର୍ଲିଆମେଣ୍ଟେରିଆନସ ଓ ପ୍ରଭିନ୍ସ ଏସେମ୍ବ୍ଲି ମେମ୍ବର୍ସ ନିଜ ମତାଧିକାର ସାବ୍ୟସ୍ତ କରିବେ।ସେଠାକାର ଇଲେକ୍ଟୋରାଲ କଲେଜରେ ୮୮୪ ସଦସ୍ୟ ଅଛନ୍ତି। ହାଉସ ଅଫ ରିପପ୍ରଜେଣ୍ଟେଟିଭର ୨୭୫ ସଦସ୍ୟ, ନେସନାଲ ଏସେମ୍ବ୍ଲିର ୫୯ ଓ ସାତ ପ୍ରଭିନସିଆଲ ଏସେମ୍ବ୍ଲିର ୫୫୦ ଜଣ ସଦସ୍ୟ ଭୋଟ ଦେବେ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..