ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦିଲ୍ଲୀ ଘଟଣାର ପୁନରାବୃତ୍ତି ହୋଇଛି ରାଜଧାନୀ ଭୁବନେଶ୍ୱରରେ । ମହିଳାଜଣକ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆହତ ହୋଇଥିବା ଜଣାଯାଇଛି। ହେଲେ ତାଙ୍କ ପରିଚୟ ମିଳିପାରିନି । ମହିଳାଜଣକ ଆଜି ସକାଳେ ଏଜି ଛକରେ ନିଜ ସ୍କୁଟି ଯୋଗେ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାଜଣକ ଛିଟିକି ପଡ଼ିଥିବା ବେଳେ କାର୍ଟି ସ୍କୁଟିକୁ ରବୀନ୍ଦ୍ର ମଣ୍ଡପ ଯାଏ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକେ କାର୍ଟିକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ତାହା ଅଟକି ନ ଥିଲା। ଏହାପରେ ଟ୍ରାଫିକ କର୍ମଚାରୀ ଗାଡ଼ିଟିର ପିଛା କରି ରବୀନ୍ଦ୍ର ମଣ୍ଡପ ନିକଟରେ ତାହାକୁ ଅଟକାଇଥିଲେ। ଟ୍ରାଫିକ୍ ପୋଲିସ କାର୍ଟିକୁ ଜବତ କରିଥିବା ବେଳେ ଏହାର ଚାଳକଙ୍କୁ ଅଟକ ରଖିଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।






More Stories
ମା’କୁ ଜାଳିଦେଲେ ପୁଅ…..
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……