Report Card Odisha

| Daily Odia News

ଘରେ ବସି ଭୋଟ୍‌ ଦେଇପାରିବେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଘରେ ବସି ଭୋଟ ଦେଇପାରିବେ | ଭିନ୍ନକ୍ଷମ ଓ ବୃଦ୍ଧ-ବୃଦ୍ଧାମାନଙ୍କୁ ଭୋଟ ଦେବାକୁ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ଭୋଟ କେନ୍ଦ୍ର ସେମାନଙ୍କ ପାଖକୁ ଯିବ। ଏମିତି ବ୍ୟବସ୍ଥା ଏବେ ନିର୍ବାଚନ ଆୟୋଗ ଆଣିଛନ୍ତି। କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍‌- ଫ୍ରମ୍‌- ହୋମ୍‌ (ଭିଏଫଏଚ୍‌) ସୁବିଧା ଆରମ୍ଭ କରାଯାଇଛି। ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ ଦେବା ଲାଗି ‘ଭୋଟ ଫର୍ମ ହୋମ୍‌’ ସୁବିଧା ଆରମ୍ଭ କରାଯାଇଛି। ଏହା ସହିତ କମିଶନ କହିଛନ୍ତି ଯେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେଠାରେ ପ୍ରାୟ ୧୭ ହଜାର ଭୋଟର ଅଛନ୍ତି, ଯେଉଁମାନଙ୍କର ବୟସ ୧୦୦ ବର୍ଷ ଅତିକ୍ରମ କରିଛି । ସେମାନଙ୍କର ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମ ଟିମ୍‌ ଫର୍ମ-୧୨ଡି ସହ ସେମାନଙ୍କ ନିକଟକୁ ଯିବେ ଓ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

Breaking News