ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି | ଯାହା କି ପୂର୍ବରୁ ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଫଳରେ ବନ୍ୟାଗ୍ରସ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସରକାର ଶନିବାର ହେଲିକପ୍ଟର ସାହାଯ୍ୟରେ ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ସ୍ଥାନାନ୍ତର କରିଛନ୍ତି। ରାଜଧାନୀ ବ୍ରିସବେନରୁ ୨,୧୧୫ କିମି ଦୂରରେ ଥିବା ବର୍କଟାଉନ୍ ଅଞ୍ଚଳରୁ ୫୩ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ସହରରେ ପ୍ରାୟ ୧୦୦ ବାସିନ୍ଦା ଥିବାବେଳେ ଆହୁରି ବର୍ଷା ହେବ ଓ ନଦୀର ଜଳସ୍ତର ବଢ଼ିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଶନିବାର ଶତପ୍ରତିଶତ ବିସ୍ଥାପନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି।






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..