Report Card Odisha

| Daily Odia News

ପଦଚ୍ୟୁତ ହେବେ ପୁଟିନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୧୧ ମାସ ହେବ ଜାରିରହିଛି | ଯୁଦ୍ଧରେ ରୁଷିଆ ପରାଜିତ ହେଲେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପଦଚ୍ୟୁତ ହେବାକୁ ପଡ଼ିବ | ଏନେଇ ପୂର୍ବତନ କୂଟନୀତିଜ୍ଞ ବୋରିସ୍‌ ବୋନ୍ଦାରେଭ ଏକ ସାକ୍ଷାତ୍‌କାରରେ ନିଜ ପ୍ରତିକ୍ରିୟା ରଖିଛନ୍ତିି। ସେ କହିଛନ୍ତି ଯେ, ରୁଷିଆ ପରାଜିତ ହେଲେ ପୁଟିନ୍‌ଙ୍କୁ ନିଜ ପଦରୁ ଓହରିବାକୁ ପଡ଼ିବ। ସେ ସୁପର ହିରୋ ନୁହଁନ୍ତି। ସେ ଜଣେ ଶାସକ। ଏ ପ୍ରକାର ପରିସ୍ଥିତିରେ ପୁଟିନ୍‌ଙ୍କ ପରି ଶାସକଙ୍କୁ ପଦଚ୍ୟୁତ କରାଯାଇଥିବା ଅନେକ ଦୃଷ୍ଟାନ୍ତ ରହିଛି। ଯୁଦ୍ଧ ହାରିଲେ ସେ ତାଙ୍କ ସମର୍ଥକଙ୍କ ଆବଶ୍ୟକତା ପୂରଣ କରିପାରିବାକୁ ଅସମର୍ଥ ହେବେ|ଯାହାଫଳରେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟିବାକୁ ପଡ଼ିବ ବୋଲି ବୋରିସ୍‌ ପ୍ରକାଶ କରିଛନ୍ତି। ଗତବର୍ଷ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ବୋରିସ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ।

Breaking News