ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେ ୧ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ । ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାରର ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ହେବ। ଏ ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାନାମା ପ୍ରକାଶ କରିଛନ୍ତି। ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ, ରାଜ୍ୟରେ ଏବେ ମାତ୍ର ୧୧.୨୫ % ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସ ଅନୁସାରେ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଦେଇପାରୁ ନାହାନ୍ତି। ତେବେ ଓବିସି ବର୍ଗର ଜନସଂଖ୍ୟାକୁ ବିଚାରକୁ ନେଲେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଛି, ଯାହାକୁ ବଢ଼ାଇବାକୁ ରାଜ୍ୟ ସରକାର ଚାହୁଁଛନ୍ତି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….