ରିପୋର୍ଟ କାର୍ଡ / କଟକ
ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ମିଳିଛି ଆଶ୍ବସ୍ତି । ବିଧାୟକ ପଦ ରଦ୍ଦ ସମ୍ପର୍କିତ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ଖବର ଅନୁଯାୟୀ, ଅଫିସ ଅଫ ପ୍ରଫିଟ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ହୋଇଥିଲା ମାମଲା। ସ୍ଥାନୀୟ ଭୋଟର ଜଗଦୀପ ପ୍ରତାପ ଦେଓଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା । ପ୍ରତିପକ୍ଷଙ୍କୁ ହଇରାଣ କରିବା ପାଇଁ ଏହି ମାମଲା କରାଯାଇଥିବା ଦର୍ଶାଇ ମକଦ୍ଦମା ଖର୍ଚ୍ଚ ବାବଦରେ ୧୫ ହଜାର ଟଙ୍କା ବିଧାୟିକାଙ୍କୁ ଦେବାକୁ ଆବେଦନାକାରୀଙ୍କୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ କହିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହା ପୈଠ କରିବାକୁ କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..