Report Card Odisha

| Daily Odia News

ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି ବିଧାୟକମାନେ ହୋହାଲ୍ଲା କରିଥିଲେ । ଏହାପରେ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ କହିଥିଲେ, ସରକାର ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଉ ଗୋଟିଏ ଗ୍ରୁପକୁ ଉସୁକାଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି। ପରିବହନ ସେବା ଠପ୍ ହୋଇପଡ଼ିଛି। ଗୃହରେ ଆଲୋଚନା ହେଲାବେଳେ ଅଫିସର ରହୁନାହାନ୍ତି। ଆମେ ବାଧ୍ୟହୋଇ ଗୃହ ମଧ୍ୟଭାଗକୁ ଯାଉଛୁ। ବିଜେପି ବିଧାୟକ ମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଡ୍ରାଇଭରଙ୍କ ପ୍ରସଙ୍ଗ ଉପରେ ପରିବହନ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ।

Breaking News