Report Card Odisha

| Daily Odia News

ଆଜିଠାରୁ ଆରମ୍ଭ ହେଲା ‘ବାଲ୍‍ ଆଧାର’ ବ୍ୟବସ୍ଥା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ‘ବାଲ୍‍ ଆଧାର’ର ଶୁଭାରମ୍ଭ କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଶିଶୁଙ୍କ ଜନ୍ମ ପରେ ପରେ ଆଧାରକାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ। ଶିଶୁ ଜନ୍ମ ହୋଇଥିବା ଡାକ୍ତରଖାନା ସହ ଯୋଗାଯୋଗ କରି ବାଲ୍‍ ଆଧାର ମିଳିପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆଧାର ପଞ୍ଜିକରଣ ପାଇଁ ମା’ କିମ୍ବା ବାପା କୌଣସି ଜଣଙ୍କର ଆଧାର ନମ୍ବର ଥିବା ଜରୁରୀ। ଶିଶୁ ଜନ୍ମହେବାର ୨୧ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ ନିଃଶୁଳ୍କ ବୋଲି ସ୍ୱାସ୍ଥ୍ୟ ଓ ପରିବାରଣ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପ୍‍ଡେଟ୍‍ କରିବା ପାଇଁ ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏକ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନ୍‍ର ଶୁଭାରମ୍ଭ କରିଛନ୍ତି।  ଯଦି ଆପଣ ଆଧାରରେ ଅନଲାଇନ୍ ଯାଇ କିଛି ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ମାଗଣାରେ କରିବାକୁ ଆପଣଙ୍କ ପାଇଁ ଭଲ ସୁଯୋଗ ରହିଛି। ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ନାଗରିକମାନଙ୍କୁ ମାଗଣାରେ ଆଧାର ପାଇଁ ଅନ୍ଲାଇନ୍ ଡକ୍ୟୁମେଣ୍ଟ୍ ଅପଡେଟ୍ କରିବାର ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। UIDAI ର ଏହି ନିଷ୍ପତ୍ତି ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ।

Breaking News