ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ ପୂର୍ବ ସମସ୍ତ ପରୀକ୍ଷା ସଫଳ ହୋଇଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଉତ୍କ୍ଷେପଣ ସମୟରେ ଚନ୍ଦ୍ରଯାନ-୩କୁ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ତାହାର ସମସ୍ତ ପରୀକ୍ଷା ଶେଷ ହୋଇଥିବା ଇସ୍ରୋ କହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ବେଙ୍ଗାଲୁରୁସ୍ଥିତ ୟୁଆର ରାଓ ଉପଗ୍ରହ କେନ୍ଦ୍ରରେ ସମସ୍ତ ପରୀକ୍ଷା ହୋଇଥିବା ଜଣାପଡ଼ିଛି। ଇସ୍ରୋ ତରଫରୁ ମିଳିଥିବା ସୂଚନାନୁଯାୟୀ ଚନ୍ଦ୍ରଯାନ-୩ର ୩ଟି ମୁଖ୍ୟ ମଡ୍ୟୁଲ୍ ରହିଛି। ସେଗୁଡ଼ିକ ହେଲା ପ୍ରପଲସନ୍, ଲାଣ୍ଡର ଓ ରୋଭର। ଏଗୁଡ଼ିକ ଠିକ୍ଭାବେ କାମ କରୁଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ ପାଇଁ ପରୀକ୍ଷା କରାଯାଇଥିଲା। ସେହିପରି ଗତ ଫେବୃଆରୀ ୨୪ରେ ଇସ୍ରୋ ତରଫରୁ କ୍ରାଓଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ ହୋଇଥିଲା। ଏହି ଇଞ୍ଜିନକୁ ୨୫ ସେକେଣ୍ଡ ପର୍ଯ୍ୟନ୍ତ ପୂର୍ଣ୍ଣ ଶକ୍ତିରେ ଚଲାଯାଇଥିଲା। ପରବର୍ତ୍ତୀ ସମୟରେ ଇଞ୍ଜିନର ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କରାଯିବ ବୋଲି ଇସ୍ରୋ ତରଫରୁ ସୂଚନା ଦିଆଯାଇଛି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….