ରିପୋର୍ଟ କାର୍ଡ / ଭୁବନେଶ୍ବର
ଘରୋଇ ବସ୍ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ବସ୍ ଚଳାଚଳ କରିଛି। ରାଜ୍ୟରେ ବସ୍ ଚଳାଜଳ ସ୍ୱାଭାବିକ ହୋଇଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ଫଳପଦ ହୋଇଥିବା ସୂଚନା ମିଳିଥିଲା। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରୁଛି। ଆଉ କେତେକ ସ୍ଥାନକୁ ବସ୍ ଚଳାଚଳ କରି ପାରି ନାହିଁ। ସେହି ସ୍ଥାନକୁ କିପରି ବସ୍ ଚଳାଚଳ କରିବ ଆମେ ପ୍ରସ୍ତୁତ ହେଉଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..