ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ସ୍ଥିତ ବାସଲାଇ ନଦୀ ଘାଟ ନିକଟରେ ମାଟି ଖୋଳିଲେ ବାହାରୁଛି ସୁନା । ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ସାହିତ । ଏହି ପ୍ରଚାର ହେବା ପରେ ଗାଁର ଛୋଟ ପିଲାଠୁ ଆରମ୍ଭ କରି ମହିଳା ଓ ପୁରୁଷ ସଭିଏଁ ସୁନା ଖୋଜିବାରେ ଲାଗି ପଡିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ଗାଁର କିଛି ଲୋକଙ୍କୁ ବାସଲାଇ ନଦୀ ନିକଟରୁ ସୁନା ମିଳିଥିଲା । ଯାହା ପରେ ସୁନା ଲୋଭରେ ଆଖପାଖ ଗାଁର ଲୋକେ ଏଠାରେ ବହୁ ସଂଖ୍ୟାରେ ସୁନା ସନ୍ଧାନରେ ଲାଗିପଡିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏ ନେଇ ତଦନ୍ତ କରୁଛି ।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……