ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ସିନ୍ଦେ ସରକାର ଗଠନ ସମୟରେ ରାଜ୍ୟପାଳଙ୍କ ଭୂମିକାକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ରଖିଥିବା ଟିପ୍ପଣୀକୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ କରାଯାଇଛି। ପ୍ରଧାନ ବିଚାରପତିଙ୍କୁ ଟ୍ରୋଲ କରି ନ୍ୟାୟ ବ୍ୟବସ୍ଥା ଏବଂ ପ୍ରଧାନ ବିଚାରପତିଙ୍କୁ ଖ୍ୟାତିକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧୀ ସାଂସଦମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟସଭା ସଦସ୍ୟ ବିବେକ ତନ୍ଖା, ଦିଗ୍ବିଜୟ ସିଂହ, ପ୍ରମୋଦ ତିୱାରୀ, ଶକ୍ତିସିଂହ ଗୋହିଲ, ଅଖିଳେଶ ପ୍ରସାଦ ସିଂହ, ଆମି ୟାଜନିକ, ରଞ୍ଜିତ ରଞ୍ଜନ ଶିବ ସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଆପ୍ର ରାଘବ ଚଢ଼ା, ସମାଜବାଦୀ ପାର୍ଟିର ରାମ ଗୋପାଳ ବର୍ମା ଏବଂ ଜୟା ବଚ୍ଚନ ଆଦି ରହିଛନ୍ତି। ଏହି ଚିଠିର ଏକ ନକଲ ସେମାନେ ଆଇନ ମନ୍ତ୍ରୀ, ଆଇଟି ମନ୍ତ୍ରୀ ଏବଂ ଦିଲ୍ଲୀ ପୁଲିସ କମିସନରଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..