Report Card Odisha

| Daily Odia News

ଅର୍ଚ୍ଚନାଙ୍କ ୪ କୋଟି ସମ୍ପତ୍ତି ଆଟାଚ୍‌ କଲା ଇଡି…..

ରିପୋର୍ଟ କାର୍ଡ / କଟକ

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାରି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି। ବର୍ତ୍ତମାନ ମାମଲା କୋର୍ଟ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ଚାଲିଛି ବୋଲି କଟକରେ ଅନୁଷ୍ଠିତ କଳାଧନ ସମ୍ପର୍କିତ ଏସ୍‌ଆଇଟିର ନବମ ବୈଠକ ପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତସୂଚନା ଦେଇଛନ୍ତି। ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବା ବେଳେ ବ୍ରାଉନ ସୁଗାର ଆଉ ହିରୋଇନ୍ ମଧ୍ୟ ଜବତ ହେଉଛି। ନାର୍କୋଟିକ୍ସ, ରିଅଲ ଇଷ୍ଟେଟ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି। ଏହା ଉପରେ ରୋକ୍ ଲଗେଇବା ପାଇଁ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ ହେବା ଉଚିତ୍। ଏହା ସହ ଦୁର୍ନୀତି ନିବାରଣ ଆଇନରେ ମାମଲା ହେଲେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯିବା କଥା। ଆସନ୍ତା ଜୁନ ମାସରେ କଳାଧନ ସମ୍ପର୍କିତ ଏସ୍‌ଆଇଟି ର ନବମ ରିପୋର୍ଟ ଦାଖଲ କରାଯିବ ବୋଲି ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି।

Breaking News