ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଗିରଫ କରିବା ପାଇଁ ଲାଗି ପଡିଛି ପୋଲିସ | ଏହାରି ଭିତରେ ଆଜି ଇମ୍ରାନ୍ ଖାନ୍ଙ୍କ ଗେଟ୍ ଭାଙ୍ଗି ତାଙ୍କ ଲାହୋର ସ୍ଥିତ ଘରେ ପୋଲିସ ପଶିଥିବା ସୂଚନା ମିଳିଛି| ଏହି ସମୟରେ ପିଟିଆଇ କର୍ମୀ ଓ ପୋଲିସ ପୁଣି ମୁହାଁମୁହିଁ ହୋଇଛନ୍ତି। ଫଳରେ ପିଟିଆଇ କର୍ମୀଙ୍କ ଉପରେ ପୋଲିସ ଲାଠି ମାଡ କରିଛି। ତୋସଖାନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିଯାଇଛି । ଇମ୍ରାନ ଆଜି ଲାହୋରରୁ ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିଲେ। ତେବେ କୋର୍ଟକୁ ଯିବା ପୂର୍ବରୁ ତାଙ୍କ କର୍କେଡ୍କୁ ଇସଲାମାବାଦର ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଛି। ଏହି ସମୟରେ ଇମ୍ରାନ ଘରେ ନଥିବାର ସୁଯୋଗ ପାଇ ପୋଲିସ ଲାହୋର ସ୍ଥିତ ଘରେ ପହଞ୍ଚିଛି। ବୁଲଡୋଜର ଜରିଆରେ ତାଙ୍କ ଘରର ଗେଟ୍ ଭାଙ୍ଗି ପୋଲିସ ଭିତରେ ପଶିଛି।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……