ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଆଜି ଶ୍ରୀମନ୍ଦିରରେ କାଳିଆ ଦର୍ଶନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲିଠୁ ପୁରୀରେ ଅବସ୍ଥାନକରିଛନ୍ତି। ଆଜି ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଜଗତମଙ୍ଗଳ ଉଦ୍ଦେଶ୍ୟରେ ତାଙ୍କ ନାମରେ ନୀଳଚକ୍ରରେ ଧ୍ୱଜାବନ୍ଧା ହେବ। ଏଥିସହ ବ୍ରାହ୍ମଣ ଭୋଜନ, ବେଦପାଠ ଆଦି କାର୍ଯ୍ୟକ୍ରମ ରହିଛି। ସେ ମନ୍ଦିରରେ ପ୍ରାୟ ଦୁଇଘଣ୍ଟା ରହିବେ। ପୁରୀରେ ହେବାକୁ ଥିବା ପଶ୍ଚିମବଂଗ ଅତିଥିଭବନର ସ୍ଥାନ ନିରୂପଣ ପାଇଁ ବଳିଆପଣ୍ଡା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମମତା ଆସନ୍ତାକାଲି ଭୁବନେଶ୍ୱର ଯାଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଗତକାଲି ମମତା ବାନାର୍ଜୀ ପୁରୀରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ମମତା ଏବେ ନିର୍ମାଣ ନିବାସରେ ରହୁଛନ୍ତି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରହଣୀ ସହ ଶ୍ରୀଜିଉଙ୍କ ଦର୍ଶନକୁ ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛି |






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..