ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରର ଶିଶୁ ଭବନ ଛକରେ ଦେଖିବା ପାଇଁ ମିଳିଥିଲା ଏକ ଅଭାବନୀୟ ଘଟଣା । ହୋର୍ଡିଂ ଉପରେ ଚଢି ଜଣେ ଗାଡି ଚାଳକ ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ । ଅଗ୍ନଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ଟୁଲୁ ପାତ୍ର ଏବଂ ତାଙ୍କ ଘର ବାଲେଶ୍ୱରରେ । ଏହି ଘଟଣା ପରେ ପୋଲିସ ତାଙ୍କୁ କ୍ୟାପିଟାଲ ଥାନାକୁ ନେଇ ପଚରା ଉଚରା କରୁଛି । ତେବେ ସେ କେଉଁ କାରଣରୁ ଏପରି କରୁଥିଲେ ତାହା ଜଣାପଡି ନାହିଁ ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..