ରିପୋର୍ଟ କାର୍ଡ / ରାଉରକେଲା
ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ସହ ଲହୁଣିପଡ଼ା ବ୍ଲକ୍ରେ କାୟାବିସ୍ତାର କଲାଣି ଜଣ୍ଡିସ୍। ଟେନ୍ସାରେ ୫୦ ରକ୍ତ ନମୁନାରୁ ୩୨ ଜଣ୍ଡିସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଲହୁଣିପଡ଼ା ବ୍ଲକ୍ ଅନ୍ତର୍ଗତ ବରସୁଆଁ ଟାଉନସିପ୍ରେ ୨୨ ରକ୍ତ ନମୁନାରୁ ୪ ପିଲାଙ୍କ ଜଣ୍ଡିସ୍ ପଜିଟିଭ୍ ଆସିଛି। ଅନ୍ୟ ୧୮ ଜଣଙ୍କର ଜଣ୍ଡିସ୍ର ଲକ୍ଷଣ ରହିଛି। ଏମାନେ ସମସ୍ତେ କୋଇଡା ବ୍ଲକ ଅନ୍ତର୍ଗତ ଗୋପପୁର ସାହିର। ସୂଚନା ଅନୁସାରେ, କୋଇଡ଼ା ବ୍ଲକ୍ର ଗୋପପୁର ସାହିରେ ଲୋକମାନଙ୍କୁ ଜ୍ବର ଆସିବା ସହ ବାନ୍ତି ଓ ପେଟ ବ୍ୟଥା ମଧ୍ୟ ହେଉଛି। ଟେନ୍ସା ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। କୋଇଡ଼ାରୁ ପ୍ରଦୂଷିତ ନଦୀ, ନାଳପାଣିକୁ ବସ୍ତିବାସିନ୍ଦା ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ସେଲ୍ ଟାଉନସିପ୍କୁ ଯୋଗାଣ ହେଉଥିବା ପାନୀୟ ଜଳ ବ୍ୟବହାର ଦ୍ବାରା ଜଣ୍ଡିସ୍ ହେଉଥିବା ପ୍ରାଥମିକ ତଦନ୍ତରୁ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି। ବୟସ୍କ ଲୋକମାନଙ୍କୁ କମ୍, ଛୋଟଛୋଟ ପିଲାମାନେ ବେଶି ଜଣ୍ଡିସ୍ରେ ଆକ୍ରାନ୍ତ ହେଉଛନ୍ତି।






More Stories
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..