ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଓଡ଼ିଶା ଗସ୍ତ ପୂର୍ବରୁ କୋଲକାତାରେ ମମତା ନବୀନଙ୍କ ସାକ୍ଷାତ ସୌଜନ୍ୟମୂଳକ ରହିବ ବୋଲି ମମତା କହିଥିଲେ। ସେହିପରି ନବୀନ ମଧ୍ୟ ଥାର୍ଡଫ୍ରଣ୍ଟ ନେଇ ସେଭଳି କିଛି ଆଲୋଚନା ହେବାର ନାହିଁ ବୋଲି କହିଥିଲେ। ଏପଟେ ପୁରୀରେ ନିର୍ମାଣ ହେବ ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଅତିଥି ଭବନ। ଏଥିପାଇଁ ଜାଗା ଦେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟ ପରେ ରାଜ୍ୟ ସରକାର କେତେ ପରିମାଣର ଜମି ଯୋଗାଇବେ ତାହା ସ୍ପଷ୍ଟ ହେବ। ଗତକାଲି ଅପରାହ୍ଣରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ମମତା।






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..