ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏନକାଉଣ୍ଟରରେ ଆହତ ଅପରାଧୀ ଜିତୁ ପଲେଇ। ତା’ ବାମ ଗୋଡ଼ରେ ଗୁଳି ବାଜିଛି । ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ୍ରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |ଖାରବେଳନଗରରେ ବୋମାମାଡ଼ କରିବା ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜିତୁକୁ ଖୋଜୁଥିଲା। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସେ କାର୍ରେ ଭୁବନେଶ୍ୱର ଆସୁଥିବା ନେଇ ପୋଲିସ ଖବର ପାଇଥିଲା। ପୋଲିସ ଟିମ୍ ତାକୁ ଟଙ୍କପାଣି ରୋଡ୍ରେ କାର୍ରେ ଯାଉଥିବା ବେଳେ ଠାବ କରିଥିଲା। ପୋଲିସ ତା’ କାରକୁ ପିଛା କରିଥିଲା। ଜିତୁ ବାଙ୍କୁଆଳ ନିକଟରେ ଏକ ମାଟି ରାସ୍ତା ଦେଇ ଖସି ଯିବାକୁ ପ୍ରୟାସ କରିଥିଲା। ସେହି ସମୟରେ ସେ ପୋଲିସ କୁ ଗୁଳି କରିଥିଲା। ପୋଲିସ ମଧ୍ୟ ଗୁଳି କରିଥିଲା। ଜିତୁର ବାମ ଗୋଡ଼ରେ ଆଣ୍ଠୁ ତଳକୁ ଗୁଳି ବାଜିଥିଲା। ଏହା ପରେ ପୋଲିସ ତାକୁ କାବୁ କରି ନେଇଥିଲା।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..