Report Card Odisha

| Daily Odia News

ଏପ୍ରିଲ ପହିଲାରୁ ନୂଆ ନିୟମ ହେବ ଲାଗୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମାର୍ଚ୍ଚ ୩୧ ରେ ଚଳିତ ଆର୍ଥିକବର୍ଷ ଏବଂ ନୂତନ ଆର୍ଥିକ ବର୍ଷ (୨୦୨୩-୨୪) ଏପ୍ରିଲ୍ ୧ ରୁ ଆରମ୍ଭ ହେବ। ଏହାସହିତ ଏପ୍ରିଲ ମାସରୁ ଅନେକ କିଛି ନିୟମ ବଦଳିବାକୁ ଯାଉଛି। ଏଥିରେ ଖାଉଟି ଅନେକ କିଛି ଜିନିଷର ମୂଲ୍ୟରେ ପରିବର୍ତ୍ତନ ଲକ୍ଷ୍ୟ କରିବେ। ଏହି ସବୁ ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବ । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, ‘ଏପ୍ରିଲ ପହିଲାରୁ କେବଳ ସୁନା ଅଳଙ୍କାରକୁ ଏଚ୍‌ୟୁଆଇଡି ସହିତ ବିକ୍ରି କରିବାକୁ ଅନୁମତି ଦିଆଯିବ। ଗ୍ରାହକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗ୍ରାହକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ନିଧି ଖାରେ କହିଛନ୍ତି। ମାର୍ଚ୍ଚ ୩୧ ପରେ ନିଷ୍ପତ୍ତି ନିଆଯାଇଛି ଯେ ଏଚ୍‌ୟୁ୍ଆଇଡି ବିନା ହଲମାର୍କ ହୋଇଥିବା ସୁନା ଅଳଙ୍କାର ଏବଂ ସୁନା କଳାକୃତି ବିକ୍ରିକୁ ଅନୁମତି ଦିଆଯିବନାହିଁ। ଏହା ସହିତ ପ୍ରତ୍ୟେକ ମାସର ପ୍ରଥମ ଦିନରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଏଲ୍‌ପିଜି ସିଲିଣ୍ଡର ଏବଂ ପେଟ୍ରୋଲ-ଡିଜେଲର ନୂତନ ମୂଲ୍ୟ ପ୍ରଦାନ କରିଥାନ୍ତି। ସେହିଭଳି ମାର୍ଚ୍ଚ ମାସରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହିତ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୩୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଏପ୍ରିଲ ପହିଲାରୁ ସରକାର ଗ୍ୟାସ ମୂଲ୍ୟରେ ପରିବର୍ତ୍ତନ ଘଟାଇପାରିବେ। ଏସବୁ ବ୍ୟତୀତ ଏପ୍ରିଲ ପହିଲାରୁ ଆୟକର ବିଭାଗ ଦେଇଥିବା ନିର୍ଦେଶ ଅନୁଯାୟୀ, ପାନ୍ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରିବା ବାଧ୍ୟତାମୂଳକ ହୋଇଛି। ସରକାରଙ୍କ ପରାମର୍ଶ ଅନୁଯାୟୀ ଯଦି ମାର୍ଚ୍ଚ ୩୧ ପୂର୍ବରୁ ପାନ୍ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ ନ କରନ୍ତି ତେବେ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ। ଯାହାଫଳରେ ଆୟକର ରିଟର୍ଣ୍ଣ ଦାଖଲ କରି ନ ପାରିବା ଏବଂ ପାନ୍‌ ସହ ଜଡିତ ସେବା ମିଳିପାରିବନାହିଁ। ଏପ୍ରିଲ୍ ପହିଲାଠାରୁ ସଂଯୋଗ କରାଯାଇଥିବା ପ୍ୟାନ ନମ୍ବର କାର୍ଯ୍ୟକ୍ଷମ ହୋଇଯିବ।

 

Breaking News