ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବ୍ ଶୀଘ୍ର ପୁରୁଣା ଗାଡ଼ିରେ ସ୍କ୍ରାଫିଙ୍ଗ୍ ବ୍ୟବସ୍ଥା ଆରମ୍ଭ ହେବ। ରାଜ୍ୟ ସରକାର ଦୁଇଟି ଘରୋଇ ସଂସ୍ଥାକୁ ସ୍କ୍ରାଫିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେଇଛନ୍ତି। ଖୋର୍ଦ୍ଧାଠାରେ ପ୍ରଥମ କମ୍ପାନୀ ସ୍କ୍ରାଫିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା କରିବ ବୋଲି ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକ ଅନୁସାରେ ରାଜ୍ୟ ପରିବହନ ବିଭାଗ ଗାଡ଼ି ସ୍କ୍ରାଫିଙ୍ଗ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଘରୋଇ ଗାଡ଼ିର ସ୍କ୍ରାଫିଙ୍ଗ୍ ଆରମ୍ଭ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ । ସେଥିପାଇଁ ଘରୋଇ ଗାଡ଼ିମାଲିକମାନଙ୍କୁ ଭୟଭୀତ ନ ହେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଗତ ମାସରେ ସଡ଼କ ପରିବହନ ମନ୍ତ୍ରୀ ଟୁକିନି ସାହୁ ବିଧାନସଭାରେ ସୂଚନା ଦେଇଥିଲେ ଯେ, ମାର୍ଚ୍ଚ ୧୫ ପରେ ରାଜ୍ୟରେ ୧୫ ବର୍ଷରୁ ଉର୍ଦ୍ଦ ୨୦,୩୯,୫୦୦ ଗାଡ଼ି ସ୍କ୍ରାପିଙ୍ଗ୍ କରାଯିବ। ସେଥି ମଧ୍ୟରୁ ୧୨,୯୯,୩୫୧ ବାଇକ୍ ରହିଛି । ସେହିପରି ରାଜ୍ୟରେ ବର୍ତ୍ତମାନ ୮୦,୨୦,୨୦୦ ଗାଡ଼ି ପଞ୍ଜିକୃତ ହୋଇ ଭଲ ଫିଟ୍ନେସ୍ ସହିତ ରାସ୍ତାରେ ଗଡୁଥିବା ମନ୍ତ୍ରୀ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୫ ବର୍ଷରୁ ଉର୍ଦ୍ଧ ସରକାରୀ ଗାଡ଼ି ଗୁଡ଼ିକ ପ୍ରଥମେ ସ୍କ୍ରାପିଙ୍ଗ୍ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି । ପରିବେଶ ସନ୍ତୁଳନ ବଜାୟ ରଖିବା ପାଇଁ ସ୍କ୍ରାପିଂ ନୀତି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..