ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାରୀ ଚାକିରିଆଙ୍କ ଖୁସୀ ଖବର । ଆସନ୍ତା ବୁଧବାର ଲୋକାଲ ହଲି ଡେ ଭାବରେ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୨୯ ତାରିଖ ବୁଧବାର ଆଶୋକାଷ୍ଟମୀ ପାଳନ ହେବ । ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି ଡିଆରଏସ । ସେ କହିଛନ୍ତି ଯେ, ଏହି ଦିନ ହେଉଛି ଲୋକାଲ ହଲି ଡେ । ତେଣୁ ଏହି ଦିନ ଖୋର୍ଦ୍ଧାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ତେଣୁ ସରକାରୀ ଚାକିରିଆ କର୍ମ କ୍ଷେତ୍ରରୁ ବିରତି ପାଇବେ । ଖୋର୍ଦ୍ଧା ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ଛୁଟି ଘୋଷଣା କରାଯାଇନାହିଁ । ସେହିପରି ବେସରକାରୀ ସଂସ୍ଥାରେ ମଧ୍ୟ ଏନେଇ କୌରସି ଛୁଟି ଘୋଷଣା କରାଯାଇନାହିଁ । କେବଳ ସରକାରୀ ଚାକରିଆଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..