ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ଜିଲ୍ଲା ରଗଡ଼ି ସ୍ଥିତ ସରକାରୀ ପଲିଟେକ୍ନିକର ମହିଳା ଛାତ୍ରାବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବେକରେ ଓଢଣି ଲଗେଇ ନିଜ ରୁମରେ ଆତ୍ମହତ୍ୟା କରିଛନ୍ତି। ମୃତକ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ୩ୟ ବର୍ଷ ଛାତ୍ରୀ ଥିଲେ। ତାଙ୍କ ନାମ ରୋଜାଲିନ ପାତ୍ର ବୋଲି ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତ ଛାତ୍ରୀ ରୋଜାଲିନଙ୍କ ଘର ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ବୋଲି ଜଣାପଡ଼ିଛି। କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..