ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ସଦସ୍ୟମାନଙ୍କ ପାଇଁ ଖୁସି ଖବର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧହାର ୦.୫ ପ୍ରତିଶତ ବୃଦ୍ଧି ପାଇ ୮.୧୫% ହୋଇଛି । ୮.୫ ପ୍ରତିଶତରୁ ୮.୧୫ ପ୍ରତିଶତ କରାଯାଇଛି ଇପିଏଫ୍ ଇଂଟରେଷ୍ଟ ରେଟ୍। ଅନୁମୋଦନ ପାଇଁ ଏହି ପ୍ରସ୍ତାବକୁ ଶ୍ରମ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟକୁ ପଠାଇଦେଇଛି। ଏହା ଉପରେ ମୋହର ବାଜିଲେ, କର୍ମଚାରୀଙ୍କୁ ଚଳିତବର୍ଷରୁ ବର୍ଦ୍ଧିତ ହାରରେ ଇପିଏଏଫ୍ ସୁଧ ମିଳିବ। କର୍ମଚାରୀଙ୍କ ଇପିଏଫ୍ ସୁଧ ବୃଦ୍ଧି ପ୍ରସଙ୍ଗରେ ନିଷ୍ପତି ପାଇଁ ଗତକାଲିଠାରୁ ବୈଠକ ବସିଥିଲା। ଆଜି ବୈଠକ ଶେଷ ହୋଇଥିବା ବେଳେ କର୍ମଚାରୀଙ୍କ ପାଇଁ ବଡ ନିଷ୍ପତ୍ତି ହୋଇଛି। ୨୦୨୦-୨୧ରେ ଇପିଏଫ ଇଂଟରେଷ୍ଟ ରେଟ୍ ୮.୫ ପ୍ରତିଶତ ଥିଲା। ତେବେ ୨୦୨୧-୨୨ରେ ଇପିଏଫଓ ପକ୍ଷରୁ ଏହାକୁ ୮.୧ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଯାହା, ୧୯୭୭-୭୮ ପରେ ସର୍ବନିମ୍ନ ସୁଧ ହାର ଥିଲା।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..