ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ନିର୍ଦ୍ଧାରିତ ନିତି ଅନୁଯାୟୀ ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲିଛି। ମଙ୍ଗଳଆଳ ଅବକାଶ ପରେ ସାହାଣ ମେଲା ଦର୍ଶନ କରାଯିବ। ଦିନ ୧୨ଟା ୩୦ରୁ ଗୋଟାଏ ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି। ଏହା ପରେ ଠିକ୍ ଦିନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା। ସଂଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି। ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୧୨ ପ୍ଲାଟୁନ ଫୋର୍ସ ସହ ମହିଳା ପୋଲିସ ଅଧିକାରୀ ମଧ୍ୟ
ନିୟୋଜିତ ହୋଇଛନ୍ତି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….