ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଓ ମେ ୧୩ ତାରିଖରେ ଭୋଟ୍ ଗଣନା କରାଯିବ |ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନର ପ୍ଲିନାରି ହଲ୍ରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର ଘୋଷଣା କରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ ଏପ୍ରିଲ୍ ୧୩ ତାରିଖରେ। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୨୦ ତାରିଖ। ସେହିପରି, ଏପ୍ରିଲ୍ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆବଶ୍ୟକସ୍ଥଳେ ପ୍ରାର୍ଥୀମାନେ ଏପ୍ରିଲ୍୨୪ ତାରିଖ ସୁଦ୍ଧା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଏହାଛଡ଼ା, ପଞ୍ଜାବର ଜଳନ୍ଧର, ଓଡ଼ିଶାର ଝାରସୁଗୁଡ଼ା, ଉତ୍ତର ପ୍ରଦେଶର ଛାନ୍ବେ, ସୁଆର୍, ମେଘାଳୟର ସୋହିଗଙ୍ଗ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମେ ୧୦ ତାରିଖରେ ଉପନିର୍ବାଚନ କରାଯିବ। ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାରଙ୍କ ସହିତ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନର୍ ଅନୁପଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲ୍ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର କହିଲେ ଯେ, ମେ ୨୪ ତାରିଖ ଦିନ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ୨୦୧୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମତଦାନ କରିବା ଲାଗି ସମୁଦାୟ ୫.୨ କୋଟି ଯୋଗ୍ୟ ଭୋଟର୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୦ରୁ ଅଧିକ ବର୍ଷ ବୟସ୍କ ଭୋଟର୍ଙ୍କ ସଂଖ୍ୟା ୧୨.୫ ଲକ୍ଷ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..