ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାକୁ ଏପ୍ରିଲ ୩ ଯାଏଁ ମୁଲତବୀ ଘୋଷଣା କରାଯାଇଛି। ବଜେଟ ଅଧିବେଶନ କାଳରେ ଗୃହରେ ହଟ୍ଟଗୋଳ ଜାରିରହିଛି | ଆଜି ଲୋକସଭାର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଅଦାନୀ-ହିନ୍ଦନବର୍ଗ ଘଟଣାର ଜେପିସି ତଦନ୍ତ ଦାବି କରି ସ୍ଲୋଗାନ ଦେଇଥିଲେ। ଫଳରେ ଗୃହକୁ ୧୨ତା ଯାଏଁ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାକୁ ମଧ୍ୟ ଅପରାହ୍ନ ୨ଟା ମୁଲତବୀ ରଖାଯାଇଥିଲା। ପୁଣି ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ | ଏହାକୁ ଦେଖି ବାଚସ୍ପତି ଏପ୍ରିଲ ୩ତାରିଖ ଯାଏଁ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..