ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ-ପାକିସ୍ତାନ ସୀମାରେ ଘଟିଲା ଭୟଙ୍କର ବିସ୍ଫୋରଣ। ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି । ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର କ୍ଷତିଗ୍ରସ୍ତ ହେଇଛି। କିଛି ଘରର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ଆସିନାହିଁ। ସ୍ଥାନୀୟ ପୁଲିସ ଖବର ପାଇ ସର୍ଚ୍ଚ ଅପରେସନ କରୁଛି। ପୂରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..