ରିପୋର୍ଟ କାର୍ଡ / ଭୁବନେଶ୍ବର
କଟକ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁରୁବାର ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ କରିବା ଅବସରରେ କଟକ ରେଳ ଷ୍ଟେସନରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି | ଓଡ଼ିଶାର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ। କଟକ ଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକଙ୍କଠାରୁ ଡିଜାଇନ ଆହ୍ବାନ କରାଯାଇଛି, ଲୋକମାନେ ମତ ଦେବେ। ଲୋକଙ୍କ ମତରେ ସର୍ବଶ୍ରେଷ୍ଠ ଡିଜାଇନକୁ ଅନୁମୋଦନ ପାଇଁ ପଠାଯିବ। ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ଆଣି କାମ ଆରମ୍ଭ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..