ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଗାମୀ ପାଞ୍ଚ ରାଜ୍ୟର ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ କହିଛନ୍ତି ଯେ, ଏପ୍ରିଲ ୬ ହେଉଛି ବିଜେପିର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ଏବଂ ସମସ୍ତ ବିଜେପି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯିବ। ବିଜେପି ନେତା କହିଛନ୍ତି, ସମାଜର ସମସ୍ତ ବର୍ଗଙ୍କ ନିକଟରେ ପହଞ୍ଚିବା ପାଇଁ କେବଳ ନିର୍ବାଚନ ଆଧାର ନୁହେଁ। ସେଥିପାଇଁ ଆମେ ପ୍ରତ୍ୟେକ ମହାପୁରୁଷଙ୍କ ଜନ୍ମ ବାର୍ଷିକୀରେ ବିଭିନ୍ନ ବର୍ଗଙ୍କ ନିକଟରେ ପହଞ୍ଚିଥାଉ। ୧୧ ତାରିଖରେ ଜ୍ୟୋତିବା ଫୁଲେଙ୍କ ଜନ୍ମଦିନ, ତା’ପରେ ୧୪ ରେ ଆମ୍ବେଦକର ଜୟନ୍ତୀ। ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେତା ଓ ମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ।






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..